#public#dhenkanal#facebookvairal#newsodiaodisha
ଢେଙ୍କାନାଳ : ବିଶିଷ୍ଟ ପରିବେଶବିତ୍, ଶିକ୍ଷାବିତ୍ ତଥା ବୈଜ୍ଞାନିକ ସୋନମ୍ ୱାଂଙ୍ଗଚୁକ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚାଲିଥିବା ଶାନ୍ତିପୂର୍ଣ ଅନଶନ ଓ ଧାରଣାକୁ ସମର୍ଥନ କରି ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଇସ୍ତଫା ଦାବି କରାଯାଇଅଛି। ଆଜି ଏହି ପ୍ରତିବାଦ ଏବଂ ଗଣଧାରଣା ଓଡ଼ିଆର ବିଭିନ୍ନ ଅଞ୍ଚଳରେ କରାଯାଇଅଛି। କେନ୍ଦ୍ର ସରକାର ତୃଟିଶୂନ୍ୟ ନିଟ୍ ପରୀକ୍ଷା କରିବାରେ ଅସମର୍ଥ ହେବା, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳିବା ଏବଂ ଦେଶରେ ଶିକ୍ଷାର ବଜାରୀକରଣ ପାଇଁ ଉଦ୍ୟମ କରିବାକୁ ଧାରଣାକାରୀ ମାନେ ଦୃଢ ନିନ୍ଦା କରିବା ସହିତ ଭ୍ରଷ୍ଟାଚାରୀ, ଅପାରଗ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ। ସୋନମ୍ ୱାଙ୍ଗଚୁକଙ୍କୁ ଅନଶନ ସ୍ଥଳରୁ ପୋଲିସ୍ ଯେଉଁଭଳି ଅଗଣତାନ୍ତ୍ରିକ ଭାବେ ବଳପୂର୍ବକ ଉଠେଇ ନେଲା ତାହାର ନିନ୍ଦା କରିବା ସହିତ ସଂପ୍ରତି ଅନଶନରତ ଛାତ୍ର ଛାତ୍ରୀଙ୍କ ପ୍ରତି ଦୃଢ଼ ସମର୍ଥନ ଜ୍ଞାପନ କରିଥିଲେ। ବାରମ୍ବାର ନିଟ୍ ପରୀକ୍ଷା ସମେତ ଅନେକ ପ୍ରବେଶିକା ପରୀକ୍�