ଛତ୍ରପୁର: ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଗଞ୍ଜାମରେ କେନ୍ଦ୍ରୀୟ ଟିମ୍
ବାତ୍ୟା ଅର୍ଣ୍ଣବ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ୮ ଜଣିଆ କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଗସ୍ତରେ ଆସିଛନ୍ତି। ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଅଞ୍ଚଳ ଏବଂ ହୀରାଧରବାଟି ଜଳସେଚନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି ଟିମ୍। ଏହି ସମୟରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।