ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମଳଦା ଗ୍ରାମରେ ଥବା ପଲ୍ଲୀ ଆଲୋକ ପାଠାଗାର କାର୍ଯ୍ୟକ୍ଷେତ୍ର କାର୍ଯ୍ୟାଳୟରେ ପଲ୍ଲୀ ଆଲୋକ ପାଠାଗାର ଓ ବେଶିକ୍ ନିଡ୍ ଇଣ୍ଡିଆ ସହଯୋଗରେ ମାନସିକ ସ୍ବାସ୍ଥ୍ୟ ଓ ବିକାଶ କାର୍ଯ୍ୟକ୍ରମ ସମ୍ପର୍କିତ କାର୍ଯ୍ୟକ୍ରମ ଆଜି ସକାଳ 11ଟା ସମୟରେ ଅନୁଷ୍ଠିତ ହୋଇଛି । ଏଥିରେ ପଲ୍ଲୀ ଆଲୋକ ପାଠାଗାର ର ପ୍ରୋଗ୍ରାମ ଅଫିସର୍ ହିରାଲାଲ ମିଶ୍ର, ପ୍ରକଳ୍ପ ସଂଯୋଜିକା ରମିଲା ପ୍ରଧାନ , ପ୍ରକଳ୍ପ ସଂଯୋଜକ ରଞ୍ଜନ ପାଣ୍ଡେ , ୧୦ ଜଣ ଗୋଷ୍ଠୀ ସହାୟକ, ଆଶା କର୍ମୀ,ମାନସିକ ଅସୁସ୍ଥ ବ୍ୟକ୍ତି ଓ ତାଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତି ଯୋଗ ଦେଇଥିଲେ ।