#ଗାଁ_ଲୋକ_ଦେଲେ_ବବି_ଙ୍କୁ_ଧନ୍ୟବାଦ
ବନ୍ୟାଞ୍ଚଳରେ ବବିଙ୍କ ସେବା ସହଯୋଗ ଓ ସଦିଚ୍ଛା ପାଇଁ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜଣାଇଛନ୍ତି ଯାଜପୁର ସହର ବାସୀ । ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶ ଦାସ ଓରଫ ବବି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି । ଦଶରଥପୁର ଓ ଯାଜପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଘର ଘର ବୁଲି ଅକୁଣ୍ଠ ଚିତ୍ତରେ ରିଲିଫ୍ ପ୍ରଦାନ କରୁଛନ୍ତି, ବିପନ୍ନ ପରିବାର ସଦସ୍ୟଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରୁଛନ୍ତି । ମା ମାନଙ୍କୁ ମେଡିକାଲକୁ ନେଇ ଚିକିତ୍ସା କରାଉଛନ୍ତି । ଫଳରେ ସେ ଆଜି ସହରବାସୀଙ୍କ ନିକଟରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ବିଭିନ୍ନ ବ୍ୟକ୍ତି ବିଶେଷ ବବିଙ୍କ ବାସଭବନରେ ପହଞ୍ଚି ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ବବିଙ୍କ ପ୍ରଶଂସକ ମାନେ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ତାଙ୍କ କାର୍ଯ୍ୟଧାରାର ଭୁରିଭୁରି ପ୍ରଶଂସା କରିଛନ୍ତି ।
#pranabprakashdas #lntvnetwork #JajpurNews #jajpurkhabar #Aeiodisha