#ଇସ୍କନ୍_ମନ୍ଦିର_ପରିସରରେ_ଶ୍ରୀ_କୃଷ୍ଣଙ୍କ_ପବିତ୍ର_ଜନ୍ମୋତ୍ସବ_ପାଳିତ
ଯାଜପୁରର ବିଭିନ୍ନ ମନ୍ଦିରରେ ପବିତ୍ର ଶ୍ରୀ କୃଷ୍ଣଙ୍କର ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ପକ୍ଷରୁ ଲାଖବିନ୍ଧା ସ୍ଥିତ ଇସ୍କନ ମନ୍ଦିରରେ ପବିତ୍ର ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ରୀତିନୀତି ସହ ମଙ୍ଗଳ ଆଳତୀ, ଦର୍ଶନ, ନାମ ସଂକୀର୍ତନ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ଏହି ଉତ୍ସବରେ ମହୁ ସଂଖ୍ୟକ ଶ୍ରଦ୍ଧାଳୁ ମାନେ ଶ୍ରୀ କୃଷ୍ଣଙ୍କୁ ପ୍ରାର୍ଥନା କରିବା ସହ ନୈବିଦ୍ୟ ଅର୍ପଣ କରିଥିଲେ । ଅପରାହ୍ନରେ ଶ୍ରୀକୃଷ୍ଣଙ୍କ ଗୁଣ କୀର୍ତନ ଓ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଓ ମହାଭିଷେକ କରାଯିବା ସହିତ ପ୍ରବଚନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ୱାମୀଜୀ ହରିବଲ୍ଲଭ ଦାସ ଓ ତାଙ୍କର ସହ କର୍ମୀ ମାନେ ପରିଚାଳନା କରିଥିଲେ । ଏଥିସହ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
#ଇସ୍କନ #iskon #iskontemple #JajpurNews #jajpurkhabar #Aeiodisha #lntvnetwork