ଝାରସୁଗୁଡା: ବିଜେଡ଼ି ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଜୟକୁନାରୀ ପଟେଲ ତାଙ୍କ ବାସ ଭବନଠାରେଙ୍କ ପରଲୋକ, ଶେଷ ଦର୍ଶନ କଲେ ଦୀପାଳି ଦାସ
ଝାରସୁଗୁଡ଼ା ଜିଲ୍ଲାର ବିଜେଡ଼ି ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଜୟକୁନାରୀ ପଟେଲଙ୍କ ଆଜି ସକାଳେ କଣ୍ଟାପାଲି ସ୍ଥିତ ତାଙ୍କ ବାସ ଭବନରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ସୂଚନାନୁସାରେ ବିଜେଡ଼ିର ଜଣେ ଆଗ ଧାଡ଼ିର ନେତ୍ରୀ ଥିଲେ, ସ୍ଥାନୀୟ ଲୋକମାନଙ୍କ ସମସ୍ୟା ପାଇଁ ଲଢୁଥିଲେ। କିଛି ଦିନ ପୂର୍ବରୁ ସେ ଅସୁସ୍ଥ ଥିଲେ ଏବଂ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କ ବାସଭବନରେ ଦେହାନ୍ତ ହୋଇଛି, ଏନେଇ ତାଙ୍କ ବିୟୋଗ ପାଇଁ ଝାରସୁଗୁଡା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।ଶେଷ ଦର୍ଶନ କଲେ ପୂର୍ବତନ ବିଧାୟିକା ଦୀପାଳି ଦାସ।