ଦେବଗଡ: ସ୍ଥାନୀୟ ଗୋପାଳଜୀଉ ମନ୍ଦିରରେ ଭାଗବତ ପାରାୟଣ ଶୁଭାରମ୍ଭ
ଦେବଗଡ ଗୋପାଳଜୀଉ ମନ୍ଦିରରେ ଆଜି ଠାରୁ ଭାଗବତ ପାରାୟଣ ଶୁଭାରମ୍ଭ ହୋଇଥିବା ବେଳେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଭାଗବତ ସମିତି, ଗୋପାଳଜୀଉ ମନ୍ଦିର ଟ୍ରଷ୍ଟ ତଥା ବଜରଙ୍ଗ ମଣ୍ଡପର ମିଳିତ ଆନୁକୂଲ୍ୟରେ ଭାଗବତ ମହାପୁରାଣ ପାରାୟଣ ସପ୍ତାହ ଶୁଭାରମ୍ଭ ହୋଇଛି।। ମନ୍ଦିର ପରିସରରେ ଆଜି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜକ ଅନ୍ତର୍ୟ୍ୟାମୀ ନାୟକ ପୂଜା କାର୍ୟ୍ୟ ଆରମ୍ଭ କରିବା ସହିତ ଶ୍ରୀ ଶ୍ରୀ ଭାଗବତ ମହାପୁରାଣ ପଠନ କରାଯାଇଥିଲା। ଆଜି କର୍ତ୍ତା ଭାବେ ସତ୍ୟବ୍ରତ ପଣ୍ଡା ଓ ତାଙ୍କ ଧର୍ମ ପତ୍ନୀ ଅଙ୍କିତା ମିଶ୍ର କାର୍ୟ୍ୟ ସମ୍ପାଦନ କରିଥିଲେ ।