ଓର୍କେଲ: ବାଲିମେଳାର ଶୁରୁଲୁକୋଣ୍ଡା ବଙ୍ଗଳାରେ ପୋଟେରୁ ଜଳସେଚନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ସହର ସ୍ଥିତ ପୋଟେରୁ ଜଳସେଚନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ପୀତବାସ ସେଠୀଙ୍କୁ ମୁଖ୍ୟ ଯନ୍ତ୍ରୀ ଭାବେ ଭୁବନେଶ୍ବରକୁ ସ୍ଥାନାନ୍ତରଣ ହୋଇଯାଇଥିବା ବେଳେ ବାଲିମେଳା ସୋଲୁକୋଣ୍ଡା ବଙ୍ଗଳା ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପୋଟେରୁ ଜଳସେଚନ ବିଭାଗର ଦାୟୀତ୍ବରେ ଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ ଅଧୂକ୍ଷଣ ଯନ୍ତ୍ରୀ ଇଂ କରୁଣା ସାଗର ବେହେରା ଯୋଗ ଦେଇଥିଲେ।