ବିବାହ ମଣ୍ଡପରେ 'ଦଙ୍ଗଲ'
ବର ହାତରେ ଖଣ୍ଡା, ବିନା ଦୁଲହନରେ ଫେରିଲା ବରଯାତ୍ରୀ !
ଉତ୍ତର ପ୍ରଦେଶର ଅଲୀଗଡ଼ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଯେଉଁଠି ବାହାଘର ହେବାର ଥିଲା ସେଠାରେ ହୋଇଛି ପ୍ରବଳ ମାରପିଟ୍। ବର ହାତରେ ଖଣ୍ଡା ଧରି ମଣ୍ଡପରେ ପଶିବାରୁ ଶେଷରେ ବିନା ଦୁଲହନରେ ଫେରିବାକୁ ପଡ଼ିଲା ବରଯାତ୍ରୀଙ୍କୁ।
ସୂଚନା ଅନୁଯାୟୀ, ଅଲୀଗଡ଼ର ଛର୍ରା ଅଞ୍ଚଳରେ ଥିବା ଏମ.ଆର ଗାର୍ଡେନରେ ବାହାଘରର ସମସ୍ତ ପ୍ରସ୍ତୁତି ଚାଲିଥିଲା। ହେଲେ କୌଣସି କଥାକୁ ନେଇ ବର ଏବଂ କନ୍ୟା ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହି ସମୟରେ ବର ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ହଠାତ୍ ସେ ଏକ ଖଣ୍ଡା ବାହାର କରି ମଣ୍ଡପରେ ଲହରାଇବା ଆରମ୍ଭ କରିଦେଇଥିଲେ। ବରଙ୍କ ଏପରି ଆଚରଣ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଆତଙ୍କିତ ହୋଇପଡ଼ିଥିଲେ।
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଘଟଣା ସମ୍ପର୍କରେ ଖବର ପାଇ ଅଲୀଗଡ଼ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି।
#BreakingNews #ShockingIncident #WeddingFight #CrimeNews #TrendingNow #ViralIndia #UPNews #LawAndOrder
#Aligarh #AligarhWedding #SwordInWedding #WeddingChaos #Chharra #MarriageDrama #viralvideoシ #AligarhPoliceInNews
@followers