ରାଜ୍ୟ ମୁକ୍ତ ବିଦ୍ୟାଳୟ ଓଡ଼ିଶା ଆନୁକୂଲ୍ୟରେ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ଶିକ୍ଷାର ମୂଳ ସ୍ରୋତରେ ସାମିଲ କରିବା ପାଇଁ ଏକ ମେଘା ଅଭିମୁଖୀ କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟ କ୍ରମରେ ଗୋଷ୍ଟି ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଉପରେ ଆଲୋଚନା କରିଥିଲେ। ଏହି ପାଠ ସାଧାରଣ ପିଲାଙ୍କ ପାଠ ସହ ସମାନ, ଯେଉଁ ମାନେ ଦଶମ ରେ ଫେଲ୍ କରି ପାଠ ପଢା ରୁ ବିରତ ରହିଛନ୍ତି ସେମାନେ ଆସି ତୁରନ୍ତ ନାମ ଲେଖାଇବାକୁ କହିଥିଲେ ।