କୋଟପାଡ଼ା ଏଇଇ ସତ୍ୟନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସର ବଡ ଧରଣର ଚଢ଼ାଉ।ପୁଳା ପୁଳା ଟଙ୍କା ଓ ସୁନା ଅଳଙ୍କାର ଜବତ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ, ୭ଟି ସ୍ଥାନରେ ଭିଜିଲାନ୍ସ ର ଏକକାଳୀନ ତଲାସି ଜାରୀ ରହିଛି। ଜୟପୁର ପାରାବେଡା ସ୍ଥିତ ଭଢା ଘରେ ଭିଜିଲାନ୍ସ ଚଢ଼ାଉ ରେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଛି। ଆୟର ଉତ୍ସଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କୋଟପାଡ଼ା ବ୍ଲକ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି।
Malkangiri, Malkangiri | Jun 19, 2026