ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଭୃଗୁ ବକ୍ସିପାତ୍ର କହିଛନ୍ତି ବିଜେପି ଦଳର ଜଣେ ଆଗଧାଡିର ନେତା ତଥା ଜଣେ ରାଜ୍ୟ ବାର କାଉନ୍ସିଲର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁଇ ଜଣ ଦୁବୃର୍ତ୍ତ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାକୁ ୨୦ ଘଣ୍ଟାରୁ ଉଦ୍ଧ୍ୱର୍ ବିତି ଯାଇଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ ଅପରାଧୀଙ୍କ କୌଣସି ଟେର ପୋଲିସ ପାଇନାହିଁ । ଗତ ୨୪ ଘଣ୍ଟାରେ, ଗଞ୍ଜାମ ଜିଲ୍ଲାରେ ୩ଟି ହତ୍ୟାକାଣ୍ଡ ଘଟିଛି । ମୋହନ ସରକାର ଆସିବା ପରଠାରୁ କେବଳ ଗଞ୍ଜାମ ଜିଲ୍ଲାରେ ୧୨୮ଟି ହତ୍ୟାକାଣ୍ଡ ଘଟିଲାଣି ।