ଅନୁଗୋଳ: ଓଗୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ଅଟୋ; ତିନି ଛାତ୍ର ଛାତ୍ରୀ ଗୁରୁତର
Anugul, Angul | Sep 4, 2025 ଅନୁଗୋଳ ଜିଲ୍ଲା ଜରପଡା ଥାନା ଓଗୀ ଗ୍ରାମ ନିକଟରେ ଗୋଟିଏ ଅଟୋ ଭାରସାମ୍ୟ ହରାଇ ଗୁରୁବାର ଦିନ ବିଦ୍ୟୁତ୍ ଖୁଣ୍ଟ କୁ ଧକ୍କା ଦେଇଛି। ଯାହା ଫଳରେ ଅଟୋ ରେ ତିନି ଜଣ ଛାତ୍ର ଛାତ୍ରୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ଗୁରୁବାର ଅପରାହ୍ନ ଦୁଇଟା ବେଳେ ସୂଚନା ମିଳିଛି।