ମାଲକାନଗିରି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। "ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା" ଭଳି ଜଣେ ଗ୍ରାହକ ବିଦ୍ୟୁତ ବିଲ୍ ପୈଠ ନକରି, ବିଦ୍ୟୁତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକାଇବା ତାଙ୍କ ପାଇଁ କାଳ ହୋଇଛି। ଘଟଣା ଅନୁଯାୟୀ, ମାଲକାନଗିରି ଥାନାରୁ ମାତ୍ର ୬ କିଲୋମିଟର ଦୂର ନିଳିମାରିଗୁଡା ଗ୍ରାମର ଅନୁକୂଳ ନାୟକଙ୍କୁ, ବିଦ୍ୟୁତ ବିଭାଗର କର୍ମଚାରୀ ଦୀପକ ବିଶ୍ୱାସ ୧୪୦ ଟଙ୍କାର ବିଲ୍ ମାଗିଥିଲେ। ତେବେ ଅନୁକୂଳ ଟଙ୍କା ନଦେଇ ଦୀପକଙ୍କୁ ଧମକାଇବା ସହ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଏତିକିରେ ମନ ଭରିନଥିଲା, ସେ ଏକ ବନ୍ଧୁକ ଆଣି ଗୁଳି କରିଦେବାକୁ ଧମକ ଦେଇଥିଲା। ବନ୍ଧୁକ ଦେଖି ଦୀପକ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇଥିଲେ ଏବଂ ମାଲକାନଗିରି ଥାନାରେ ଏତଲା ଦେଇଥିଲେ।
#MalkangiriNews