ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମରେ ଘଟିଛି ଏକ ଅଘଟଣ ପୋଖରୀ ରେ ବୁଡ଼ି ଜଣେ ନାବାଳକ ଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ବଳରାମପ୍ରସାଦ ଗ୍ରାମର ଶୁଶୁଲି କୁମାର ସାହୁଙ୍କ ୯ ବର୍ଷର ପୁଅ ଆଦିତ୍ୟ କୁମାର ସାହୁ ଘର ପାଖରେ ଥିବା ପୋଖରୀ ହୁଡ଼ାରେ ମଧ୍ୟାହ୍ନ ରେ ଏକୁଟିଆ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ପୋଖରୀ ଭିତରେ ଖସିପଡିଲେ। ଘରକୁ ଆଦିତ୍ୟ ନଫେରିବାରୁ ଘରଲୋକେ ପୋଖରୀ ପଡ଼ିଥିବା ନେଇ ସନ୍ଦେହ କରି ଭିତରେ ଖୋଜାଖୋଜି କରି ତାଙ୍କୁ ଉଦ୍ଧାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।