ଧର୍ମଗଡ: ମଣ୍ଡଳ ଠାରେ ପାଳିତ ହେଲା ଆଦିବାସୀଙ୍କ ପାରମ୍ପରିକ ପର୍ବ "ଟୋକି ମରା ପର୍ବ 'ର ଉପ ପର୍ବ ଗୁଡି ଚଗା ପର୍ବ
ରବିବାର କଲମପୁର ବ୍ଲକ ମଣ୍ଡଳ ଗ୍ରାମ ଠାରେ ମହାସମାରୋହରେ ପାଳିତ ହେଇଯାଇଛି ଆଦିବାସୀଙ୍କ ପାରମ୍ପରିକ ପର୍ବ ଟୋକି ମରା ପର୍ବ ର ଉପ ପର୍ବ ଗୁଡି ଚଗା। ଚଳିତ ବର୍ଷ ଆଦିବାସୀଙ୍କ ପାରମ୍ପରିକ ପର୍ବ ଟୋକି ମରା ପର୍ବ ମଣ୍ଡଳ ଗ୍ରାମ ଠାରେ ଆଗାମୀ ୨୮ ଡିସେମ୍ବର ରେ ପାଳନ ହେବ। ତେଣୁ ଆଜି ଟୋକି ମରା ପର୍ବ ର ଉପ ପର୍ବ ଗୁଡି ଚଗା ମହା ସମାରୋହରେ ପାଳନ କରାଯାଇଛି।