ସତ୍ୟବାଦୀ: ଗଡିଶା ଗୋଦା ନୂଆଗାଁ ଗ୍ରାମର ବିଜେପି କର୍ମୀଙ୍କ ସ୍ମୃତି ଚାରଣ ସଭାରେ ଯୋଗଦେଲେ ସ୍ଥାନୀୟ ବିଧାୟକ
ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକର ଗଡିଶା ଗୋଦା ନୂଆଗାଁ ଗ୍ରାମର ବିଜେପି କର୍ମୀ ସ୍ୱର୍ଗତ ଅନିଲ ରାଉତଙ୍କ ବିୟୋଗରେ ଆଜି ତାଙ୍କ ବାସ ଭବନ ନୂଆଗାଁ ଠାରେ ସ୍ମୃତି ଚାରଣ ସଭା ଆଜି ଅପରାହ୍ନ ଚାରିଟାରେ ଅନୁଷ୍ଟିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗଦେଇ ସ୍ୱର୍ଗତ ଅମର ଆତ୍ମାର ସଦଗତି କାମନା କରି ସ୍ମୃତି ଚାରଣ କରିଥଲେ।