ଘଟଗାଁ: କେନ୍ଦୁଝର: ଶିକାର ପାଇଁ ଯାଉଥିବା ବେଳେ ଧରାପଡ଼ିଲେ ୩ ଜଣ, ମାରଣାସ୍ତ୍ର ଜବତ
କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଧୀନ ଭୀମକୁଣ୍ଡ ଠାରେ ନାକା ଚେକିଂ ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ଧନୁ-ତୀର ଓ ଲୁହା ରଡ଼ ଜବତ ହୋଇଛି। ଅଭିଯୁକ୍ତମାନେ ଶିକାର ପାଇଁ ଯାଉଥିଲେ ବୋଲି ପୋଲିସକୁ କହିଛନ୍ତି।