ସର୍କିଟ ହାଉସ୍ ରୁ ପିସ୍ତଲ୍, ଗୁଳି ମିଳିବା ଏବଂ ୭ ଜଣ ଗିରଫ ହେବା ଘଟଣାର ସମ୍ପୂର୍ଣ ପର୍ଦ୍ଦାଫାସ ଏବଂ ଏହି କ୍ରାଇମ୍ ରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡ଼ିତ ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଲେ ବିଜେପି କର୍ମକର୍ତ୍ତା। ରାଜ୍ୟ ବିଜେପି ପ୍ରବକ୍ତା ଧୀରେନ୍ ସେନାପତିଙ୍କ ପରେ ବରିଷ୍ଠ ବିଜେପି ନେତ୍ରୀ ତଥା ରାଜ୍ୟ ଶିଶୁ ଆୟୋଗ ସଦସ୍ୟା କଳ୍ପନା ଲେଙ୍କା କାର୍ଯ୍ୟନୁଷ୍ଠାନ ଦାବି ଦୋହରାଛନ୍ତି। ଆଜି ସର୍କିଟ ହାଉସ୍ ଦାୟିତ୍ୱରେ ଥିବା ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ଭେଟି କିଏ ଓ କାହିଁକି ରୁମ୍ ବୁକ୍ କରିଥିଲେ ତାହା ପଚାରି ବୁଝି ଥିଲେ। #raurkela #odisha