#ଏସଆଇଆର_ପ୍ରକ୍ରିୟା_ପରେ_ପ୍ରକାଶ_ପାଇଲା_ଯାଜପୁଲ୍ଲାର_ଚୂଡାନ୍ତ_ଭୋଟର_ତାଲିକା
ଏସଆଇଆର ପ୍ରକ୍ରିୟା ପରେ ପ୍ରକାଶ ପାଇଲା ଯାଜପୁର ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା। ଏସଆଇଆର ମାଧ୍ୟମରେ ଯାଜପୁର ଜିଲ୍ଲାରେ ବାଦ ପଡିଛନ୍ତି ୧ଲକ୍ଷ ୬ ହଜାର ୩୧୩ ଭୋଟର। ଚୂଡାନ୍ତ ଭୋଟର ତାଲିକାରେ ୧୪ଲକ୍ଷ ୪୩ହଜାର ୬୪୫ ଜଣ ଭୋଟରଙ୍କର ନାମ ରହିଥିବା ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ରାଜସ୍ବ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀଙ୍କ ସମେତ ସମସ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଚୂଡାନ୍ତ ଭୋଟର ତାଲିକା ଲୋକାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଙ୍କ ସହ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।
#SIR #JajpurNews #jajpurkhabar #lntvnetwork #Aeiodisha