ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲୀ ହାତୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ନିଦ ହଜେଇ ଦେଲାଣି, ରଟିଙ୍ଗିଆ ରେ ଭାଙ୍ଗିଲା ଘର
କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲୀ ହାତୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ନିଦ ହଜେଇ ଦେଲାଣି।ହାତୀ ପାଇଁ ରାତି ତମାମ ଉଜାଗର ରହିବାକୁ ପଡୁଛି ଲୋକଙ୍କୁ।ହାତୀ ପାଇଁ ବିଦ୍ୟୁତ କାଟ ତା ସହ ହାତୀର ଭୟ।ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ମାସ ହେଲା ହାତୀଙ୍କ ଉପଦ୍ରବ ବଢି ଚାଲିଥିବା ବେଳେ ବନବିଭାଗ କର୍ମଚାରୀ ଅଭାବ ରୁ ହାତୀ ଘଉଡାଇବା ହେଉ କି ହାତୀର ଗତିବିଧି ଜାଣିବା କଷ୍ଟସାଧ୍ୟ ହୋଇଡିଛି।କିଛି ଦିନ ହେଲା ତିନି ଗୋଟି ହାତୀ ଦୁଇ ମାଈ ଏବଂ ଗୋଟିଏ ପିଲା ଦନ୍ତା ରଟିଙ୍ଗିଆ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଉତ୍ପାତ ଚଳେଇଥିବା ବେଳେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।