ଭଞ୍ଜନଗର: ଗଞ୍ଜାମରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-2026
ଗଞ୍ଜାମ ଜିଲ୍ଲାରେ ସୁରଭି-2026 ଓ ଛାୟା ସଂସଦ ଉଦ୍ଘାଟିତ ହୋଇଯାଇଛି। ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 814 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କୃତୀ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ସୁରଭି ମହୋତ୍ସବ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।