#ପ୍ରସ୍ତାବିତ_ବିଦେଶୀ_ମଦ_ଦୋକାନକୁ_ବିରୋଧ_କରି_ଜିଲ୍ଲାପାଳ_ଅଫିସ_ଘେରିଲେ_ଗ୍ରାମବାସୀ
ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ବିରୋଧ କରି ଜିଲ୍ଲାପାଳ ଅଫିସ ଘେରିଲେ ଗ୍ରାମବାସୀ। ଯାଜପୁର ଜ଼ିଲ୍ଲା ଦଶରଥପୁରବ୍ଲକ ମଲ୍ଲୀକାପୁର ପଂଚାୟତ ମହାନ୍ତିପଟଣା ଗ୍ରାମରେ ଯାଜପୁର ଜ଼ିଲ୍ଲା ପ୍ରଶାସନ ଏକ ବିଦେଶୀ ମଦ ଦୋକାନ ଖୋଲିବା ନିମନ୍ତେ ଲାଇସେନ୍ସ ପ୍ରଦାନ କରିଛନ୍ତି। ଏହାକୁ ତୀବ୍ର ବିରୋଧ କରି ଆଜି ଗ୍ରାମର ଶହସ୍ରାଧିକ ମହିଳା ପୁରୁଷଙ୍କ ସମେତ ବୁଦ୍ଧିଜୀବି ଯାଜପୁର ଜିଲ୍ଲପାଳ ଅଫିସ ଘେରାଉ କରିବା ସହ ପ୍ରଶାସନ ସହ ଆଲୋଚନା କରିଛନ୍ତି। ଏଜି ପ୍ରସ୍ତାବିତ ମଦ ଦୋକାନ ପାଇଁ ଯେଉଁ ସ୍ଥାନ ନିରୂପଣ କରାଯାଇଛି ସେଠାରେ ଏକ ପିଇବା ପାଣି କାରଖାନା, ଅଳ୍ପ ଦୂରରେ ଗ୍ରାମର ସ୍ମଶାନ, ଗାଧୋଇବା ସ୍ନାନ ଘାଟ ରହିଥିବା ସହ ଏହି ରାସ୍ତା ଦେଇ ଦୈନିକ ଛାତ୍ରଛାତ୍ରୀମାନେ ଆଦର୍ଶ ବିଦ୍ୟାଳୟ ଏବଂ ସାଧୁ ଗୌରେଶ୍ୱର ମହାବିଦ୍ୟାଳୟକୁ ଯାଇଥାନ୍ତି। ଗମନା ଗମନର ରାସ୍ତା ହୋଇଥିବାରୁ ଏଠାରେ ମଦ ଦୋକାନ ଖୋଲାଗଲେ ଆବାଳବୃଦ୍ଧବନିତା ସମସ୍ତ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଏହି ଠାରେ ପ୍ରସ୍ତାବିତ ମଦ ଦୋକାନ ନଖୋଲିବା ନିମନ୍ତେ ଗ୍ରାମବାସୀ ମାନେ ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଅବକାରୀ ବିଭାଗ ନିକଟରେ ପୂର୍ବରୁ ମଧ୍ୟ ଲିଖିତ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ଗ୍ରାମବାସୀ। ଆଗାମୀ ଦିନରେ ଏହାକୁ ବନ୍ଦ ବା ଅନ୍ୟତ୍ର ସ୍ଥାନାନ୍ତରିତ କରା ନ ଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
#lntvnetwork #jajpurnews #jajpurkhabar #Aeiodisha
Bhubaneswar M Corp, Khordha | Jul 18, 2026