ଦେବଗଡ: ରଞ୍ଜଣା ନିକଟରେ ବାଇକ ଅଟକାଇ ଯୁବତୀଙ୍କ ଠାରୁ ସୁନା ଚେନ୍ ଓ ୫୦ ହଜାର ଟଙ୍କା ଲୁଟ କରି ୩ ଜଣ ଲୁଟେରା ଫେରାର
ରାସ୍ତା ଉପରେ ବାଇକ ଅଟକାଇ ଭାବି ସ୍ୱାମୀଙ୍କ ଉପସ୍ଥିତିରେ ଜଣେ ଯୁବତୀଙ୍କ ଠାରୁ ସୁନା ଚେନ୍ ଓ ୫୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ରଞ୍ଜଣା ନିକଟ ଜାତୀୟ ରାଜପଥରେ ଆଜି ଦିନ ପ୍ରାୟ ୧୧.୧୫ ରେ ଏଭଳି ଏକ ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କୁଣ୍ଢେଇଗୋଳା ଥାନା କଂଟାବାହାଳ ଗ୍ରାମର ହୃଷିକେଶ ସାହୁଙ୍କ ଝିଅ ମନିସାରାଣୀ ସାହୁ ଏବଂ ତାଙ୍କ ଭାବିସ୍ୱାମୀ କେନ୍ଦୁଝର ଜିଲ୍ଲା ତେଲକୋଇ ଅଂଚଳର ବିକାଶ କୁମାର ଗଡନାୟକ ଏକ ବାଇକ ଯୋଗେ ଘରୁ ଦେବଗଡ ଅଭିମୁଖେ ଆସୁଥିଲେ ।