କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ନୃତ୍ୟାନୁଷ୍ଠାନ ସ୍ପିରିଜା ଏକାଡେମୀର ବାର୍ଷିକ ଉତ୍ସବ ୨୦୨୫ ସ୍ଥାନୀୟ କାଳୀ ପଡ଼ିଆ ଠାରେ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ପିରିଜାର ଏହି ୧୧ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡ଼ି ଧନରାଜ,ଅନ୍ୟତମ ଅତିଥି ଭାବେ କେନ୍ଦୁଝରଗଡ଼ ନଗରପାଳ ଶ୍ରୀମତୀ ନିକୁ ସାହୁ, ସମାଜସେବୀ ତଥା ଆଇଡ଼ିଏଲର ନିର୍ଦ୍ଦେଶିକା ସେବତୀ ସିଂ,ମାନସିକ ବିଶେଷଜ୍ଞ ଡା. ଏସ.କେ ମା ଯୋଗ ଦେଇଥିଲେ।