#ଆମେ_କେବେ_ବି_ଓଡ଼ିଶା_ଆସିବୁ_ନାହିଁ
ଜଣେ ଝିଅ ଦିଲ୍ଲୀର, ଜଣେ ପୁଅ ଗୁଜରାଟର। ଦୁହେଁ ଫେଲୋସିପ୍ ପାଇ ଓଡ଼ିଶାର ଏକ ଏନଜିଓରେ ଫିଲ୍ଡ ଇଣ୍ଟର୍ଣ୍ଣସିପ୍ କରୁଥିଲେ। ଆମ ରାଜ୍ୟକୁ ଜାଣିବା, ବୁଝିବା ଓ ଲୋକଙ୍କ ସହ ଯୋଡ଼ିହେବା ପାଇଁ ସେମାନେ ଆସିଥିଲେ।
କିନ୍ତୁ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ଗାଁ ନିକଟରେ କିଛି ବିପଥଗାମୀ ଯୁବକ ସେମାନଙ୍କୁ ଅଟକାଇ ‘ପିଲାଚୋର’ର ମିଥ୍ୟା ଗୁଜବ ରଚିଲେ। ତା’ପରେ ଆରମ୍ଭ ହେଲା ଅମାନବୀୟ ନିର୍ଯାତନା, ମାଡ଼ମାରି ଓ ଅପମାନ।
ସବୁଠାରୁ ଲଜ୍ଜାଜନକ କଥା ହେଉଛି, ସେଠାରେ ଉପସ୍ଥିତ ଅନେକ ଲୋକ ସାହାଯ୍ୟ କରିବା ପରିବର୍ତ୍ତେ ମୋବାଇଲ୍ରେ ଭିଡିଓ କରିବାରେ ବ୍ୟସ୍ତ ଥିଲେ। ଜଣେ ମହିଳାଙ୍କ ସମ୍ମାନ ଉପରେ ଆକ୍ରମଣ ହେଉଥିବାବେଳେ ମଣିଷମାନେ କେବଳ ଦର୍ଶକ ସାଜି ରହିଲେ।
ଏହା କେବଳ ଦୁଇଜଣ ଯୁବକ-ଯୁବତୀଙ୍କ ଉପରେ ଆକ୍ରମଣ ନୁହେଁ, ଏହା ଆମ ସମାଜର ମାନବିକତା, ସଂସ୍କୃତି ଓ ଅତିଥି ସତ୍କାର ପରମ୍ପରା ଉପରେ ଏକ କଳଙ୍କ।
ଏହି ଦୁଇଜଣ ଶିକ୍ଷିତ ଯୁବକ-ଯୁବତୀ ହୁଏତ ଆଗକୁ ନିଜ ନିଜ କ୍ଷେତ୍ରରେ ବଡ଼ ସଫଳତା ପାଇବେ, କିନ୍ତୁ ଓଡ଼ିଶାର ନାଁ ଶୁଣିଲେ ଏହି ଭୟଙ୍କର ଅନୁଭୂତି ସେମାନଙ୍କ ମନରେ ନିଶ୍ଚୟ ଜୀବନସାରା ରହିଯିବ।
ଏହି ଘଟଣାରେ ସମ୍ପୃକ୍ତ ପ୍ରତ୍ୟେକ ଦୋଷୀଙ୍କୁ ଚିହ୍ନଟ କରାଯାଉ ଏବଂ କଠୋରରୁ କଠୋରତମ ଦଣ୍ଡ ଦିଆଯାଉ। ଏଭଳି ଘଟଣା ପୁଣି କେବେ ନ ଘଟୁ, ସେଥିପାଇଁ ପ୍ରଶାସନ ଦୃଢ଼ ପଦକ୍ଷେପ ନିଅନ୍ତୁ।
#latastnewsupdate #pabitranewsodishalive #BreakingNews #pabitranews