ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ ଅଙ୍ଗମୋଚା ବିମଳ ଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା।
ଅନୁଗୋଳ :ତା 12/10/2026: ଏକ ପକ୍ଷରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନାରୀଶକ୍ତିର ସମ୍ମାନ, ସୁରକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ଦିଆଯାଉଛି, ଅନ୍ୟପକ୍ଷରେ ଜେଏନୟୁ (JNU) ର ୧୧ ଜଣ ଛାତ୍ରୀଙ୍କ ସହ କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଆକୋଇଜମଙ୍କ ଦ୍ୱାରା ହୋଇଥିବା ଯୌନ ନିର୍ଯାତନା ଅଭିଯୋଗ ଉପରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସମ୍ପୂର୍ଣ୍ଣ ଚୁପ୍ ରହିଛନ୍ତି।
ମହିଳାମାନଙ୍କ ସମ୍ମାନ କଥା କହୁଥିବା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଶେଷରେ ଏହି ଛାତ୍ରୀମାନଙ୍କୁ ନ୍ୟାୟ ଦେବା ପାଇଁ ସ୍ୱର କାହିଁକି ଉତ୍ତୋଳନ କରୁନାହାନ୍ତି? ଅଭିଯୁକ୍ତ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରିବା ପରିବର୍ତ୍ତେ ଏହି ନୀରବତା କାହିଁକି ଅବଲମ୍ବନ କରାଯାଇଛି?
ଏହି ଦୋମୁହାଁ ଆଭିମୁଖ୍ୟର ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ସମଗ୍ର ଦେଶରେ କଂଗ୍ରେସ ମୁଖ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଆଜି ଅନୁଗୋଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାନେତ୍ରୀ ପ୍ରତିମା ମିଶ୍ର ଙ୍କ ନେତୃତ୍ୱ ରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଗାନ୍ଧୀ ଓ ଅଭିଯୁକ୍ତ ମଣିପୁର ର କଂଗ୍ରେସ ସାଂସଦ ଅଙ୍ଗମୋଚା ବିମଲ ଅକଇଜାମ ଙ୍କର କୁଶ ପୁତ୍ତଳିକା ଦାସ କରାଯାଇଛି |ଏହି ସମୟରେ ମହିଳା ମୋର୍ଚ୍ଚାର ଶତାଧିକ କର୍ମକର୍ତ୍ତା ପୀଡ଼ିତା ଛାତ୍ରୀମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ନାରୀଶକ୍ତିର ଅପମାନ, ସହିବନି ହିନ୍ଦୁସ୍ତାନ ବୋଲି ସ୍ଲୋଗାନ ଦେଇଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରତିମା ମିଶ୍ର ଙ୍କ ସମେତ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶୁଚିସ୍ମିତା ତ୍ରିପାଠୀ, ଜିଲ୍ଲା ଉପ ସଭାନେତ୍ରୀ ନମିତା ଦଳବେହେରା, ସୁଜାତା ଦାସ, ସରପଞ୍ଚ ସୁଜାତା ସାହୁ ଓ ଜ୍ୟୋତିର୍ମୟୀ ଦେହୁରୀ, କାଉନ ସିଲର ସରିତା ମିଶ୍ର, ଆଇନଜୀବୀ ମମତା ପଟ୍ଟନାୟକ ଓ ସରିତା ମିଶ୍ର, ଅପର୍ଣ୍ଣା କର, ହେମକାନ୍ତି ରଥ, ତିଲୋତ୍ତମା ସାମନ୍ତ, ଙ୍କ ସମେତ ଶତାଧିକ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତା ଯୋଗ ଦେଇଥିଲେ | #angulexpress
Anugul, Angul | Oct 12, 2026