ମୁନିଗୁଡା: ୧୫ ଦିନ ହେବ ଫାଟି ପଡିଛି ପାଇପ୍, ନଷ୍ଟ ହେଉଛି ହଜାର ହଜାର ଲିଟର ପାଣି
ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଟିକରପଡା ଗ୍ରାମରେ ପାଇପ୍ ଫାଟି ପନ୍ଦର ଦିନ ହେବ ପାଣି ନଷ୍ଟ ହେଉଛି। ଫଳରେ ବିଭିନ୍ନ ସାହିର ଲୋକେ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ।