ସୁକିନ୍ଦା: କାଳିଆପାଣି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଶାସନର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ପଞ୍ଚାୟତ କାର୍ଯ୍ୟାଳୟରେ ସୁକିନ୍ଦା ବିଡିଓଙ୍କ ଉପସ୍ଥିତିରେ ଆଜି ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ମାତ୍ର ୧୪ ଜଣ ଅଭିଯୋଗ କରିଥିଲେ । ଗତ ଅଗଷ୍ଟ ମାସ ୧୧ ତାରିଖ ଏଠାରେ ଅଭିଯୋଗକାରୀଙ୍କ ସଂଖ୍ୟା ୩୦ ଥିଲା। ଗତପାଳି ଭଳି ଏଥର ଅଧିକାଂଶ ଭତ୍ତା ଓ ରାସନ ଗୁହାରି କରିଥିଲେ । ସରପଞ୍ଚ ବିକାଶ କୁମାର ପାତ୍ରଙ୍କ ସଂଯୋଜନାରେ ପରିଚାଳିତ ଶିବିରରେ ଏବିଡିଓ ରଞ୍ଜନ କୁମାର ବେହେରା, ଯୋଗାଣ ଅଧିକାରୀ ଶୁଭାଙ୍ଗୀ ରାୟ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ବେତଲିନା ରଥ, ପିଇଓ ଗୌରହରି ବେହେରା ଓ ଏଡିଇଓ ଦୀପକ କୁମାର ନାୟକ ଉପସ୍ଥିତ ଥିଲେ।