ବେଗୁନିଆପଡ଼ା ବ୍ଲକ ଅଙ୍ଗରଗାଁ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟରେ ସମାଜବାଦୀ ନେତା ନାରାୟଣ ସାହୁ ସ୍ମୃତି ସମାରୋହ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗୋଆ ମୁକ୍ତି ଆନ୍ଦୋଳନର ଯଶସ୍ୱୀ ସ୍ୱାଧୀନତା ସଂଗ୍ରାମୀ, ଖଲ୍ଲିକୋଟ ବିଧାନସଭା କ୍ଷେତ୍ରରୁ ଦୁଇ ଦୁଇ ଥର ବିଧାୟକ ତଥା ବିଶିଷ୍ଟ ସମାଜବାଦୀ ନେତା, ସାଲିସ ବିହୀନ ରାଜନୀତି ର ମାଇଲ ଷ୍ଟୋନ ସ୍ବର୍ଗତ ନାରାୟଣ ସାହୁଙ୍କ ମଧ୍ୟଲୋକରୁ ବିଦାୟର ନିର୍ଦ୍ଧାରିତ ତାରିଖ ୨୦୧୪ ମସିହା ଜାନୁୟାରୀ ୯ ତାରିଖ ଥିଲା । ତାଙ୍କ ନିଜ ହାତଗଡ଼ା ଶିଷାନୁଷ୍ଠାନ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।