ଖଲ୍ଲିକୋଟ୍: ପୁସ୍ତପୁର ଗ୍ରାମ ନିକଟରେ ବାଇକ ଦୁର୍ଘଟଣା; ଚାଳକ ଗୁରୁତର ଆହତ, ମେଡ଼ିକାଲରେ ଭର୍ତ୍ତି
ପୁସ୍ତପୁର ଗ୍ରାମ ନିକଟରେ ରବିବାର ରାତିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଚାଳକ ଙ୍କୁ ଗୁରୁତର ଆହତ ଅବସ୍ଥାରେ ଖଲ୍ଲିକୋଟ ମେଡ଼ିକାଲ ପରେ ପ୍ରାଥମିକ ଚିକିତ୍ସା କରାଯାଇ ରାତି ପ୍ରାୟ ସାଢ଼େ ୧୨ ଟା ରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ମେଡ଼ିକାଲ ପକ୍ଷରୁ ସୂଚନା ମିଳିଛି । ତେବେ ଯୁବକଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ସେ ବର୍ତ୍ତମାନ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ ଚିକିତ୍ସାଧୀନ ଥିବା ଜଣା ପଡ଼ିଛି । ଗୁରୁତର ଆହତ ଯୁବକ ଜଣଙ୍କ ଛଚିନା ଗ୍ରାମର ସୂର୍ଯ୍ୟକାନ୍ତ ପରିଡ଼ା ବୋଲି ଜଣା ପଡିଛି ।