ଖୋର୍ଦ୍ଧା ବାଣପୁର ବ୍ଲକ ସଭାଗୃହରେ 'କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଅଧିନିୟମ ୨୦୧୩' ସମ୍ବନ୍ଧରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବାଣପୁର ବିଇଓ ସନାତନ ଜାଲି, ଫ୍ରଣ୍ଟ ଅଫିସ ରିଟେନର ଦେବୀପ୍ରସାଦ ସାମନ୍ତରାୟ, ବାଣପୁର ଓକିଲ ସଂଘ ଉପ ସଭାପତି ପଦ୍ମଜା ପଟ୍ଟନାୟକ ଉପସ୍ଥିତ ଥିଲେ।