କୋରାପୁଟ ସହର: କୋରାପୁଟ ଶୋଭା ସ୍ଵେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟାଳୟ ଠାରେ ଶିଶୁ ଚାଲାଣ ନିଷେଧ ଦିବସ ପାଳିତ
କୋରାପୁଟ କାର୍ଯ୍ୟାଳୟରେ ସ୍ବେଛାସେବୀ ସଂଗଠନ ଶୋଭା ପକ୍ଷରୁ ବିଶ୍ଵ ଶିଶୁ ଚାଲାଣ ନିଷେଧ ଦିବସ ପାଳିତ ହୋଇଛି। ଶୋଭା ସଂଗଠନର ସଭାପତି ମଦନ କିର୍ଶାନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୁଧବାର ସଂନ୍ଧ୍ୟା ୬ଘଣ୍ଟା ସମୟରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଗାୟତ୍ରୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ଶିଶୁ ସୁରକ୍ଷା ଅଧିକାରୀ ସବିତା ସୋମାଦାର, ଚାଇଲ୍ଡ ଲାଇନର ତପସ୍ୱିନୀ ପାଢ଼ୀ, ସହକାରୀ ଶ୍ରମ ଅଧିକାରୀ ଚୈତନ୍ୟ ମାଝି, ଡିସିପିଓ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଧିକାରୀ ରିଷଭ ନାୟକ ପ୍ରମୁଖ ଯୋଗ ଦେଇଥିଲେ।