ସୁନ୍ଦରଗଡ ସହର: ବର୍ଷାରେ ଭାଙ୍ଗିଲା ଲେଢ଼ିମଙ୍ଗର ଜଣଙ୍କ ଘର, ଅଳ୍ପକେ ବର୍ତ୍ତିଲେ ପରିବାର
ଆଜି ଜୁଲାଇ ମାସ 6 ତାରିଖ ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳର ଯେତିକି ଚର୍ଚ୍ଚାର ବିଷୟ ହୋଇଛି ସେତିକି ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ସରପଞ୍ଚଙ୍କ କାର୍ଯ୍ୟ କଳାପକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣା ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ୍ ର ଲେଢ଼ିମଙ୍ଗରେ ଘଟିଛି। ସଦର ମହକୁମା ଠାରୁ ମାତ୍ର 22 କିଲୋମିଟର ଦୂରରେ ଘଟିଛି। ଗରିବଙ୍କୁ ପକ୍କା ଘର ଦେବା ନେଇ ଗତ ସରକାର ଅଣ୍ଟା ଭିଡ଼ି ଥିଲେ, ବର୍ତ୍ତମାନର ସରକାର ଏ ନେଇ ସ୍ୱତନ୍ତ୍ର ଦୃଷ୍ଟି ମଧ୍ୟ ଦେଇଛନ୍ତି, ହେଲେ କେଉଁଠି ନା କେଉଁ ଫାଙ୍କରେ ଏହି ବ୍ୟକ୍ତିଙ୍କ ଅଭାବ ଫ୍ରିଜ ହୋଇ ଯାଇଛି। ବ୍ୟକ୍ତି ଜଣଙ୍କ ପରିବାର ବିଭିନ୍ନ ପର୍ଯ୍ୟାୟରେ ସ୍ଥାନୀ