କଟକ ପୌରାଞ୍ଚଳ: କଟକ ହାତୀ ପୋଖରୀରେ ଭୟାବହ ଅଗ୍ନିକାଣ୍ଡ: ଜଣେ ମୃତ, ଘର ମାଲିକ ଆହତ
କଟକ ଦରଘା ବଜାର ହାତୀ ପୋଖରୀ ଅଞ୍ଚଳରେ ଏକ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଘର ମାଲିକ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି।