କବିସୂର୍ଯ୍ୟନଗର: ପବ୍ଲିକ ସ୍ଥାନରେ ମାରଣାସ୍ତ୍ରଧରି ବୁଲୁଥିବା ବେଳେ କାବୁ କଲା ବେଗୁନିଆପଡା ପୋଲିସ
ବେଗୁନିଆପଡା ଥାନା ଅଂଚଳରେ ଜନଗହଳି ଓ ଯାତାୟତ ରାସ୍ତାରେ ମାରଣାସ୍ତ୍ର ଧରି ବୁଲୁ ଥିବା ଖବର ପାଇଁ ବେଗୁନିଆପଡା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ରମେଶ ବିଶ୍ୱାଳ ଙ୍କ ପୁଅ କଟିଙ୍ଗ ଆଲିଅସ ଜିତୁ ବିଶ୍ୱାଳ ଓ ଏହି ଥାନା ଅନ୍ତର୍ଗତ କନ୍ଦିଗାଁ ର ହରିକୃଷ୍ଣ ପ୍ରଧାନ ଙ୍କ ପୁଅ ସିଦ୍ଧାନ୍ତ ପ୍ରଧାନ ବେଗୁନିଆପଡା ବ୍ଲକ ନିକଟ ରାସ୍ତାରେ ଏବଂ ଏହି ଆଖପାଖ ଅଂଚଳରେ ମାରଣାସ୍ତ୍ର ଧରି ବୁଲୁଥିଲେ । ଖବର ପାଇ ବେଗୁନିଆପଡା ପୋଲିସ ଉକ୍ତ ଦୁଇ ଜଣକୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।