ଗୋବିନ୍ଦପୁର: ବମ୍ଫେଇ ବସଷ୍ଟାଣ୍ଡ ଠାରେ ସାଇକେଲ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ, ମେଡ଼ିକାଲରେ ଭର୍ତ୍ତି
ବାମରା ବ୍ଲକ ଅନ୍ତର୍ଗତ ବମ୍ଫେଇ ବସଷ୍ଟାଣ୍ଡ ଠାରେ ସାଇକେଲ ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବମ୍ଫେ଼ଇ ଗ୍ରାମ ର ଅମିତ ନାଏକ ବୁଧବାର ସନ୍ଧ୍ୟା ରେ ଏକ ସାଇକେଲ ଯୋଗେ ସ୍ଥାନୀୟ ସାପ୍ତାହିକ ହାଟ କୁ ଯାଇ ଫେରୁଥିବା ବେଳେ ବସଷ୍ଟାଣ୍ଡ ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ତାଙ୍କ ମୁଣ୍ଡ ଓ କାନ ରୁ ପ୍ରଚୁର ରକ୍ତସ୍ରାବ ହୋଇ ସେ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ରାତି ୯ ଟା ସମୟରେ ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।