ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଶ୍ରୀରାମପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ରୁ ଚୋରି ଉଦ୍ୟମ ବିଫଳ.ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତି ରେ କିଛି ଦୁର୍ବୁର୍ତ୍ତ ବ୍ୟାଙ୍କ ର ଝରକା ଭାଙ୍ଗି ଚୋରି କରିବାକୁ ଉଦ୍ୟମ କରିଥିବା ଜଣାପଡିଛି.ତେବେ ସକାଳ ସମୟରେ କିଛି ଲୋକ ରାସ୍ତା ରେ ଯାଉଥିବା ବେଳେ, ବ୍ୟାଙ୍କ ର ଝରକା ଖୋଲା ଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ.ସ୍ଥାନୀୟ ଲୋକେ ପହଂଚି ବ୍ୟାଙ୍କ ର ବିଲଡିଂ ପଛ ପାଖ ଝରକା ଭାଙ୍ଗି ଲୁଟ ହୋଇଥିବା ଦେଖି ପୋଲିସ ଏବଂ ବ୍ୟାଙ୍କ କତୃପକ୍ଷ ଙ୍କୁ ଖବର ଦେଇଥିଲେ. ଘଟଣା ସ୍ଥଳ ରେ ପୋଲିସ ସହ ବ୍ୟାଙ୍କ କତୃପକ୍ଷ ପହଂଚି ଛାନ ଭିନ ପରେ ବ୍ୟାଙ୍କ ରୁ ଚୋରି ହୋଇ ନ ଥିବା ଜଣାପଡିଥିଲା. ପୋଲିସ ର ସୂଚନା ଅନୁସାରେ ଦୁର୍ବୁର୍ତ୍ତ ମାନେ ଝରକା ଭାଙ୍ଗି ଭିତରେ ପ୍ରବେଶ କରିବା ପରେ ବ୍ୟାଙ୍କ ର ଏଲାରାମ ବାଜିବା ଯୋଗୁଁ ଦୁର୍ବୁର୍ତ୍ତ ମାନେ ପଳାଇ ଯାଇଥିବା ଅନୁମାନ କରାଯାଉଥିବା କହିଛନ୍ତି.
Basta, Balasore | Sep 23, 2026