ରାସଗୋବିନ୍ଦପୁର: ଚିଲବସା ଠାରେ ଚୋରା ଦେଶିମଦ କାରଖାନା ଉପରେ ଅବକାରୀ ବିଭାଗର ଚଢାଉ, ବିପୁଳ ମହୁଲପୋଚ, ରନ୍ଧାମଦ ସରଞ୍ଜାମ ନଷ୍ଟ ସମେତ ସାମଗ୍ରୀ ଜବତ
ମୋରଡା ବ୍ଲକ ତଥା ନିର୍ବାଚନ ମଣ୍ଡଳୀ ଅଧୀନ ଚିଲବସା ଠାରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ରବିବାର ଅପରାହ୍ନ ଚାରିଟାରେ ଚଢ଼ାଉ କରାଯାଇ ମହୁଲପୋଚ ଓ ରନ୍ଧା ମଦ ସମେତ ସରଞ୍ଜାମ ନଷ୍ଟ କଲା ଅବକାରୀ ବିଭାଗ l ସୂଚନା ମୁତାବକ ଚିଲବସା ଏରିଆରେ ଚୋରା ଦେଶିମଦ କାରଖାନା ଚାଲିଥିବାର ଖବରପାଇ ଅବକାରୀ ବିଭାଗ ପକ୍ଷରୁ ରବିବାର ଅପରାହ୍ନରେ ଚଢ଼ାଉ କରାଯାଇଥିଲା l