ବଡସାହି: କଦଳିଆ ଛକରେ ସାଇକେଲ ଚେନ ସଜାଡୁଥିବା ବେଳେ ଧକ୍କାଦେଲା ଦ୍ରୁତଗାମୀ ମୋଟର ସାଇକେଲ, ମହିଳା ଗୁରୁତର, ବାଇକ ଜବତକଲା ପୁଲିସ
ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା ରୁପ୍ସା ରାସ୍ତାର କଦଳିଆଛକରେ ବୁଧବାର ରାତି ସାଢେ ଦଶଟାରେ ରାସ୍ତା ପାର୍ଶ୍ଵରେ ଛିଡାହୋଇ ସାଇକେଲ ଚେନ ଲଗାଉଥିବା ସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ବାଇକ ଆରୋହୀ ମହିଳା ଗୁରୁତର ଆହତ ହୋଇଛନ୍ତି l ସୂଚନା ଅନୁଯାଇ ସ୍ଥାନୀୟ ଖଡ଼ିକାପଦା ଗ୍ରାମର ପର୍ଶୁରାମ ସିଂ ଓ ତାଙ୍କ ସ୍ତ୍ରୀ ମୁନି ସିଂ ବୈଶିଙ୍ଗାରୁ ସାଇକେଲଯୋଗେ ଘରକୁ ଫେରୁଥିବା ବେଳେ କଦଳିଆଛକରେ ଚେନ ଖସିଯିବାରୁ ଲଗାଉଥିଲେ l