#ଦିବ୍ୟାଙ୍ଗ_ମହିଳାଙ୍କୁ_ବଳାତ୍କାର_ଘଟଣାର_ରାୟ
#୧୨_ବର୍ଷ_ଜେଲ୍
ବହୁ ଚର୍ଚ୍ଚିତ ବିଂଝାରପୁର ଥାନା ଅଂଚଳରେ ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର ଘଟଣାର ରାୟ ପ୍ରକାଶ। ମୁଖ୍ୟ ଅଭିଯୁକ୍ତ ବିଂଝାରପୁର ଥାନା ନାଉପାଳ ଗ୍ରାମ ଛୁଞ୍ଚିଆ ମଲ୍ଲିକଙ୍କ ପୁଅ ବିରେନ୍ଦ୍ର ମଲ୍ଲିକ ଙ୍କୁ ୧୨ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ । ୨୦୨୫ ମସିହା ବିଂଝାରପୁର ଥାନା ଅଞ୍ଚଳର ଦିବ୍ୟାଙ୍ଗ ମହିଳା କାମ ସାରି ଘରକୁ ଫେରୁଥିବା ସମୟରେ ପୀଡ଼ିତାଙ୍କୁ ଏକ ଚାଳ ଘରକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଏ ନେଇ ପିଡିତା ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ଦୁଷ୍କର୍ମକାରୀ ବିରେନ୍ଦ୍ର ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ । ୬ ଜଣ ସାକ୍ଷ ପ୍ରମାଣ ଓ ୫ ଗୋଟି ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ଙ୍କୁ ୧୨ ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି ବିଶେଶ୍ୱର ବିଶ୍ଵ ପ୍ରକାଶ ରାୟ। ଏହି ମାମଲା ଟିକୁ ସରକାରୀ ଓକିଲ କୁଳମଣି ନାୟକ, ଅତିରିକ୍ତ ସରକାରୀ ଓକିଲ ବିପ୍ଳବ କୁମାର ମୁଦୁଲି ପରିଚାଳନା କରିଥିଲେ। ଏ ନେଇ ଜିଲ୍ଲା ଆଭିଯୋଜନ ନିର୍ଦେଶାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପନିର୍ଦେଶିକା ଅଭିଯୋଜିକା ରଶ୍ମିତା ମହାପାତ୍ର। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅଭିଯୋଜନ କାର୍ଯ୍ୟାଳୟର ସହକାରୀ ନିର୍ଦେଶିକା ପ୍ରତିମା ଓଝା, ସହକାରୀ ନିର୍ଦେଶକ ହିନ୍ଦୁ ହାଂସଦା ଉପସ୍ଥିତଥିଲେ।
#lntvnetwork #JajpurNews #jajpurkhabar #Aeiodisha