କଟକ ପୌରାଞ୍ଚଳ: ଧୁରୁକୂଳିଆ ଅଞ୍ଚଳରେ ଘରୁ ଚୋରି କରିବା ମାମଲାରେ ଜଣଙ୍କୁ ଗିରଫ କରିଛି ଆଠଗଡ ଥାନା ପୋଲିସ
କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ଧୁରୁକୂଳିଆ ଅଞ୍ଚଳରେ ଏକ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି କରିବା ମାମଲାରେ ଜଣଙ୍କୁ ଗିରଫ କରିଛି ଆଠଗଡ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା କାହୁଁ ଚରଣ ପଟ୍ଟନାୟକ। ଏ ନେଇ ରବିବାର ରାତି ୧୦.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତକୁ ଆଜି ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ କିଛି ଦିନ ତଳେ ନିରଞ୍ଜନ ପତ୍ରୀ ନାମକ ବ୍ୟକ୍ତିଙ୍କ ଘରେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପଶି ନଗଦ ୨୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିଲେ।