ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏସଆଇ ପରୀକ୍ଷା କେଳେଙ୍କାରୀ ପ୍ରସଙ୍ଗରେ ଲୋହିଆ ଏକାଡେମିରେ ପ୍ରତିକ୍ରିୟା ରଖିଲେ କ୍ରାନ୍ତି ସେନାର ଆବାହକ ପାର୍ଥ ସାରଥୀ ମୁଦୁଲି
ପୋଲିସ୍ ଏସ୍.ଆଇ ପରୀକ୍ଷା କେଳେଙ୍କାରୀ ଲୋକଲୋଚନକୁ ଆସିବା ପରେ ଏହା ପଛରେ କିଛି ପ୍ରଭାବଶାଳୀ ଅଫିସର ଓ ରାଜନେତାଙ୍କ ଭୂମିକାକୁ ସନ୍ଦେହ ପ୍ରକଟ କରିବା ସହିତ ଚାକିରି ବିକ୍ରି ଯୋଜନା ସ୍ପଷ୍ଟ ପ୍ରମାଣିତ ହୋଇଛି ଯୁବ ଛାତ୍ର କ୍ରାନ୍ତି ସେନା ପ୍ରକାଶ କରିଛି । ଯୁବ ଛାତ୍ର କ୍ରାନ୍ତି ସେନାର ଆବାହକ ପାର୍ଥସାରଥୀ ମୁଦୁଲି କହିଛନ୍ତି ଯେ, ରାଜ୍ୟରେ ପ୍ରତିଷ୍ଠିତ ଓଡ଼ିଶା ପୋଲିସ୍ ଏସ୍.ଆଇ ନିଯୁକ୍ତି ପରୀକ୍ଷାରେ ୯୩୩ଟି ପଦବୀ ପୂରଣ ଦାୟିତ୍ଵ ୩ରୁ ୪ଟି ପର୍ଯ୍ୟାୟରେ ଘରୋଇ ସଂସ୍ଥାକୁ ଦାୟିତ୍ଵ ଦେବା ପଛରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ଓ ଏସବୁ ପଦବୀର ବଦାଜର ଦର ନିର୍ଦ୍ଧାରଣ ପଛର ମାଷ୍ଟର