କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବାଡେଲ ପଞ୍ଚାୟତ ଅଧୀନ ଖଟଲାପୁଟ ଗ୍ରାମରେ ଦୀର୍ଘ ଦିନ ଧରି ଚାଲୁଥିବା ବେଆଇନ ଜୟ ମା କାଳୀ ପିଚୁ ପ୍ଲାଣ୍ଟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ଲାଣ୍ଟ ଯୋଗୁଁ ପରିବେଶ ପ୍ରଦୂଷଣ, ପାନୀୟ ଜଳ ଦୂଷିତ ହେବା, ଚାଷ ଜମି କ୍ଷତିଗ୍ରସ୍ତ ହେବା ସହ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବା ଅଭିଯୋଗ କରି ଗ୍ରାମବାସୀ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।