ସିମୁଳିଆ: ଗରସଙ୍ଗ ପଂଚାୟତ ର ସରପଞ୍ଚ କୁ ଆକ୍ରମଣ ଉଦ୍ୟମ କରିଥିବା ବ୍ୟକ୍ତି ଙ୍କ ବିରୋଧ ରେ ସିମୁଳିଆ ପୋଲିସ ନିକଟରେ ଅଭିଯୋଗ କଲେ ଅଂଚଳବାସି,
ସରପଞ୍ଚ ଙ୍କୁ ଆକ୍ରମଣ ଉଦ୍ୟମ,କାର୍ଯ୍ୟାନୁଷ୍ଠାନ ପାଇଁ ଶତାଧିକ ସମର୍ଥକ ଥାନାର ଦ୍ଵାରସ୍ଥ lଖଇରା ବ୍ଳକ ସିମୁଳିଆ ଥାନା ଅଧୀନ ଗରସଙ୍ଗ ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର ଦାସଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶତାଧିକ ସମର୍ଥକ ଆଜି ସିମୁଳିଆ ଥାନା ଅଧିକାରୀଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି । ଅଭିଯୋଗ ଅନୁଯାୟୀ ଗରସଙ୍ଗ ଗ୍ରାମର ରବିନ୍ଦ୍ର ଦାସ ସବୁ ସମୟରେ ନିଶାସକ୍ତ ହୋଇ ଏକ ଲୁହା ରଡ ନେଇ ସରପଞ୍ଚ ଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ସୌଭାଗ୍ୟ ବଶତଃ ସରପଞ୍ଚ ଙ୍କ କୌଣସି କ୍ଷତି ହୋଇନଥିଲା l