ଜିଲ୍ଲା ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରମାନେ ସୋର କୋର୍ଟ ପରିସରରେ ଥିବା ସେସନସ କୋର୍ଟ ମାଲଖାନାରୁ ଚୋରି କରି ନେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସୋର କୋର୍ଟ ଉପରେ ସିମୁଳିଆ, ଖଇରା,ସୋର ଥାନା ନିର୍ଭରଶୀଳ ହେଉଥିବା ବେଳେ ଉକ୍ତ ମାଲଖାନାରେ ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ଜବତ କରାଯାଇଥିବା ସୁନା,ରୁପା ଅଳଙ୍କାର ସମେତ ବନ୍ଧୁକ, ବ୍ରାଉନ ସୁଗାର ଆଦି ନିଶା ଦ୍ରବ୍ୟ ମଧ୍ୟ ରଖାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ କୋର୍ଟ ପାଚେରିକୁ ଲାଗି ପଛପଟେ ଥିବା ସ୍କୁଲ ଦିଗରୁ କିଛି ଦୁର୍ବୃତ୍ତ ଗ୍ରୀଲ କାଟି କୋର୍ଟ ଭତରକୁ ପ୍ରବେଶ କରି ୧୨ ଟି ସିସି କ୍ୟାମେରାକୁ ଭାଙ୍ଗିଛନ୍ତି।