ଗୋବିନ୍ଦପୁର: ବାମରା ହାଇସ୍କୁଲ ଛକ ନିକଟରେ ଟ୍ରକରେ ପିଟି ହୋଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ଆହତ
ଶନିବାର ଦିନ ବେଲାପଡ଼ା ପ୍ଲାଣ୍ଟ ରୁ ଏକ ସ୍ପଞ୍ଜ ବୋଝେଇ ଟ୍ରକ ରାଏଗଡ଼ ପଟକୁ ଯାଉଥିବା ବେଳେ ବାମରା ହାଇସ୍କୁଲ ଛକ ନିକଟରେ ଉକ୍ତ ଟ୍ରକର ଚକ ଫାଟି ଯିବାରୁ ତାହା ରାସ୍ତା ମଝିରେ ଅଚଳ ହୋଇ ଛିଡ଼ା ରହିଥିଲା। ରାତିରେ ଟ୍ରେକ୍ ଡ୍ରାଇଭର ନିରଜ୍ ଯାଦବ ଚକ ମରାମତି କରିବା ସମୟରେ ଏକ ବାଇକ୍ ବାମରା ବସଷ୍ଟାଣ୍ଡ ପଟରୁ ଦୃତ ଗତିରେ ଆସି ତାଙ୍କୁ ଧକ୍କା ଦେବା ସହ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ତାଲଡିହି ଗ୍ରାମ ର ବାଇକ୍ ଚାଳକ ଏନେମ୍ ଲୁଗୁନ ଓ ଉତ୍ତରପ୍ରଦେଶ ବଲିଆ ଜିଲ୍ଲା ର ଟ୍ରକ୍ ଚାଳକ ନିରଜ ଯାଦବ ଆହତ ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।