ଆଜି ରବିବାର ପୂର୍ବାହ୍ନ ୧୦ଟାରେ :ଅତାବିରା ଏନଏସି ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର , ମାତୃପୁରୀ ତରଫରୁ ବନମହୋତ୍ସବ ରେଙ୍ଗାଲିପାଲି ଖେଳ ପଡିଆ ନିକଟରେ ଅନୁଷ୍ଠିତ ହୋଇଯାଇଅଛି। 'ମା ଙ୍କ ନାମରେ ଗଛଟିଏ ୨.୦ 'କାର୍ଯ୍ୟକ୍ରମ ରେ ଅତାବିରା ବନବିଭାଗ ଦାୟିତ୍ୱରେ ଥିବା ବନପାଳ ଶ୍ରୀମତି ଉସେଶ୍ୱରି ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାମାଜିକ ବନୀକରଣ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ରୂପେ ବନପାଳ ଶ୍ରୀ ଲୋକେଶ୍ୱର୍ ଭୋଇ ,ଗଛର ଉପାଦେୟତା ସମ୍ପର୍କରେ ଛାତ୍ର ଛାତ୍ରୀମାନଙ୍କୁ ବୁଝାଇଥିଲେ |