ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବାଞ୍ଜେନମୁଣ୍ଡା ଠାରେ ପଞ୍ଚମ ମା ଲଙ୍କେଶ୍ୱରୀ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଆଜି 4ଟା 30 ମିନିଟ ସମୟ ପାଖା ପାଖି ରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜେତା, ଉପ ବିଜେତା ଦଳକୁ ପୁରସ୍କୃତ କରିବା ସହ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ। ଆଜି ଫାଇନାଲ୍ ଦିନରେ ପ୍ରବଳ ଭିଡ ଦେଖିବା କୁ ମିଳିଥିଲା।