ଧାନମଣ୍ଡି ଖୋଲା ଯାଇଛି କିନ୍ତୁ ମିଲର ମାନଙ୍କ ମନମାନି ଯୋଗୁଁ ଧାନ ଉଠୁନି। ଧାନ ବିକ୍ରୟ କରି ନପାରି ଚାଷୀ ହନ୍ତସନ୍ତ ହେଉଛନ୍ତି ।ଏଭଳି ଅଭିଯୋଗ କରି ଚାଷୀମାନେ ବେଗୁନିଆପଡ଼ା ବ୍ଳକ ଯୋଗାଣ ଅଧିକାରୀ ବାଦଲ କୁମାର ବେହେରା ଓ ବିଡ଼ିଓ ଦିବ୍ୟ ରଞ୍ଜନ ବିଶ୍ୱାଳ ଙ୍କ ଦ୍ବାରସ୍ଥ ହୋଇଛନ୍ତି। କିଛି ଦିନ ମଧ୍ୟରେ ଟୋକନର ଅବଧି ଶେଷ ହୋଇଯିବ। ଏ ଯାବତ୍ ଧାନ ଉଠିପାରୁନି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଇନାମ ବେଲପଡା ସେବା ସମବାୟ ସମିତିର ଚାଷୀ ମାନେ ଏଭଳି ଅଭିଯୋଗ କରି ଏକ ଦାବିପତ୍ର ବ୍ଲକ ଯୋଗାଣ ବିଭାଗ ଅଧିକାରୀ, ବେଗୁନିଆପଡ଼ା ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀଙ୍କକରିଛନ୍ତି ।